ଲଘୁଚାପ -ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା

ଭୁବନେଶ୍ବର:  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ  ଆସନ୍ତାକାଲି  ବାତ୍ୟାର ରୂପ ନେଇପାରେ ଅବପାତ  ।  ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା । ତେବେ ଏହା ଓଡ଼ିଶା ପାଇଁ ବିପଦ ନାହିଁ । ଗତିପଥ ଓଡ଼ିଶାକୁ ନଥିବା କୁହାଯାଉଛି । ୧୨ ପରେ ଦିଗ ବଦଳାଇବ ‘ମୋଚା’ । ଦିଗ ବଦଳାଇ ବାଂଲାଦେଶ-ମିଆଁମାର ମୁହାଁ ହୋଇପାରେ ବୋଳି ପାଣିପାଗ ବିଭାଗ କହିଛି ।  ପଶ୍ଚିମବଙ୍ଗ ଏବଂ ଓଡିଶାରେ ଆସନ୍ତା କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ  ।