ଇସ୍ତଫା ଦେଲେ ଜର୍ମାନ ନୌସେନା ମୁଖ୍ୟ
ମେଟ୍ରୋ ଟିଭି ଓଡିଶା,୨୩/୧ : ଇସ୍ତଫା ଦେଇଛନ୍ତି ଜର୍ମାନ ନୌସେନା ମୁଖ୍ୟ । ୟୁକ୍ରେନ ଓ ଋଷକୁ ବିବାଦୀୟ ବୟାନ ଦେଇ ଇସ୍ତଫା ଦେଇଛନ୍ତି ଜର୍ମାନୀ ନୌସେନା ମୁଖ୍ୟ କେ ଅଚିମ୍ ସୋଏନଓ୍ୱାଚ ।
image credit-stars and stripes
ସୂଚନା ଅନୁଯାୟୀ ,ଶୁକ୍ରବାର ଅଚିମ୍ ଭାରତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ୟୁକ୍ରେନ କ୍ରିମିୟା ପ୍ରାୟଦ୍ୱୀପକୁ ପୁଣି ଥରେ ଦଖଲ କରିପାରିବ ନାହିଁ । ଏହାକୁ ୨୦୧୪ରେ ଋଷ କବଜା କରିନେଇଥିଲା । ଏହାସହ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ସମ୍ମାନ ଜଣାଇବା ଦରକାର ବୋଲି ସେ କହିଥିଲେ । ୟୁରୋପ ଓ ଆମେରିକା ମଧ୍ୟ କ୍ରିମିୟାକୁ ଋଷ ବେଆଇନ ଭାବେ କବଜା କରିଥିବା କହି ଆସୁଛନ୍ତି ।ସେ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ମନୋହର ପାରିକର ଇନଷ୍ଟିଚ୍ୟୁଟ୍ ଅଫ୍ ଡିଫେନ୍ସ ଆଣ୍ଡ ଆନାଲିସସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେ କ୍ରିମିୟାକୁ ନେଇ ଯାହା ବୟାନ ଦେଇଥିଲେ ତାହା ତାଙ୍କ ଦେଶର ସରକାରୀ ବୟାନ ଅନୁସାରେ ପୁରା ଅଲଗା ଥିଲା ।ଅଚିମ ନିଜ ବୟାନକୁ ନେଇ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । ଏହାସହ ପ୍ରତିରକ୍ଷା ମନ୍ତ୍ରୀ କ୍ରିଷ୍ଟିନ୍ ଲାବ୍ରେଚଙ୍କୁ ପତ୍ର ଲେଖି ଇସ୍ତଫା ଦେଇଥିଲେ । ତାଙ୍କ ବୟାନ ଜର୍ମାନ ସେନାକୁ କ୍ଷତି ପହଁଚାଉ ବୋଲି ସେ ଚାହୁଁନଥିବା ଚିଠିରେ ଦର୍ଶାଇଥିଲେ ।