ଠକ ତାନ୍ତ୍ରିକ କୈଫିର ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ

କଟକ : କୁଖ୍ୟାତ ଠକ କୈଫି ଖାଁର ଜାଲରେ ପଡି ଅନେକ ଲୋକ ଠକାମିର ଶିକାର ହୋଇଛନ୍ତି । ମିଛ ଏବଂ ଲୋଭ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି । ଏବେ ଏସବୁ ପୋଲିସ ଜେରାବେଳେ ଜଣାପଡିଛି । କୈଫି ଭଦ୍ରକର ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନେବା ସମୟର ଏହି ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ କୈଫିର ଖାସ୍ ସହଯୋଗୀ କେଶରପୁରର ସେକ୍ ଇସ୍ରାଏଲର ଚେହେରା ସାମନାକୁ ଆସିଛି। ତାକୁ ପୁଲିସ ଉଠାଇ ନେଇଥିବା କୁହାଯାଉଛି। କୈଫିର ଏହି ଠକେଇ କାରବାରରେ ଇସ୍ରାଏଲର ପ୍ରମୁଖ ଭୂମିକା ରହିଥିଲା। ସବୁ ଠକେଇ ମାମଲାରେ ସେ ଟଙ୍କା କାରବାରରେ ପ୍ରମୁଖ କାର୍ପଟଦାର୍ ପାଲଟିଥିଲା। ଠକ ତାନ୍ତ୍ରୀକର ଅପରାଧ ପେଡି ଦିନକୁ ଦିନ ଖୋଲିବାରେ ଲାଗିଛି ।