ଫିଲ୍ମ ଗହରାଇୟାଁର ପ୍ରଥମ ଗୀତ ଡୁବେ ର ଭିଡିଓ ସେୟାର କରିଛନ୍ତି ଅନନ୍ୟା ପାଣ୍ଡେ

ଫିଲ୍ମ ଗହରାଇୟାଁର ପ୍ରଥମ ଗୀତ ଡୁବେ ର ଭିଡିଓ ସେୟାର କରିଛନ୍ତି ଅନନ୍ୟା ପାଣ୍ଡେ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ଗହରାଇୟାଁ’କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଫିଲ୍ମର ଟ୍ରେଲର ଆଉଟ୍ ହୋଇସାରିଛି। ଏଥିରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅନ୍ୟନ୍ୟା ପାଣ୍ଡେ ମଧ୍ୟ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିବେ। ଯାହାକୁ ନେଇ ଏବେ ଖୁବ୍ ବ୍ୟସ୍ତ ରହିଛନ୍ତି। ଅନନ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଗୀତ ‘ଡୁବେ’ର ମୋସନ ଭିଡିଓ ସେୟାର କରିଛନ୍ତି। ଏହି ମୋସନ ପୋଷ୍ଟରେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ। ଅଭିନେତ୍ରୀ ମୋସନ ପୋଷ୍ଟର ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଭାଇବ ଚେକ୍- ଫଲିଂ ଇନ ଲଭ’। ଏହି ଗୀତ ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ରିଲିଜ ହେବ।

image credit-pinkvilla

ସୂଚନା ଅନୁସାରେ,ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଏବେ କାର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ଫିଲ୍ମର ଲିଡ୍ ରୋଲରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ରହିଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।