ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା

ଲକ୍ଷ୍ନୌ : ବିରାଟ୍ ଓ ଗମ୍ଭୀରଙ୍କ ବାକ୍-ଯୁଦ୍ଧ, ଦୁହିଁଙ୍କ ଶତପ୍ରତିଶତ ମ୍ୟାଚ୍-ଫି କଟିଲା ।  ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍  ମ୍ୟାଚ ପରେ   କ‌ୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସକୁ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା। ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଛି। ସେହିପରି ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚ ଫି କଟାଯାଇଛି।  ସେହିପରି ଏହି ଘଟଣାରେ ‌ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି।