ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଛି ଆନ୍ଧ୍ର ସରକାର

ସୀମାକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ପୁଣି ଆନ୍ଧ୍ର ସରକାର ଏବେ ବିଦ୍ୟୁଦ କନେକ୍ସନ କାଟି ଦେଇଥିବା ଦେଖିବାକୁ ମିଳିଛି। କୋଟିଆର ନେରିଡିବାଲସା, ତାଡିବାଲସାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରିଛି ଆନ୍ଧ୍ର ସରକାର। ଫଳରେ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ।