୬ ଉଇକେଟରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ ଇଣ୍ଡିଆନସ୍‌

ମୁମ୍ବାଇ : ଏକ ରୋମାଂଚକର ମ୍ୟାଚରେ ଶେଷ ଓଭରରେ ରାଜସ୍ଥାନକୁ ହରାଇଲା ମୁମ୍ବାଇ । ଲଗାତାର ୩ଟି ଛକା ମାରି ଶେଷ ଓଭରରେ ଡେଭିଡ ମୁମ୍ବାଇକୁ ଜିତାଇଥିଲେ । ଜୟସ୍ୱାଲଙ୍କ ଶତକ ଫିକା ପଡିଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଥିଲେ। ସେ ୬୨ଟି ବଲ୍ ଖେଳି ୧୬ଟି ଚୌକା ଓ ୮ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୧୨୪ ରନ୍ କରିଥିଲେ। ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୨୧୨ ରନ୍ କରିଥିଲା। ଫଳରେ ଘରୋଇ ମୁମ୍ବାଇ ଦଳକୁ ଏହି ମ୍ୟାଚ୍ ବିଜୟ ପାଇଁ ୨୧୩ ରନ୍ ଦରକାର ଥିଲା । ରାଜସ୍ଥାନ ପାଇଁ ଅଧିନାୟକ ସଂଜୁ ସାମସନ୍ ୧୪, ଜସନ ହୋଲଡର ୧୧ ରନ୍ କରିଥିଲେ । ୨୧୩ ରନ୍ ପିଛା କରିବାକୁ ପଡିଆକୁ ଓହ୍ଲାଇଥିବା ବେଳେ ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଶୀଘ୍ର ଆଉଟ ହୋଇଥିଲେ । ସେ ମାତ୍ର ୩ ରନ କରିଥିଲେ । କିଶାନ ୨୮ ରନ କରିଥିଲେ । ତେବେ ଗ୍ରୀନ ଧୁଆଧାର ୪୪ ରନ କରିଥିଲେ । ଏହାପରେ ସୂର୍ଯ୍ୟକୁମାର ୫୫ ରନ କରିଥିଲେ । ତିଳକ ବର୍ମା ୨୯ ରନ୍ କରିଥିଲେ । ଶେଷକୁ ଡେଭିଡ ୧୪ ବଲରୁ ୪୫ ରନ୍ କରି ମ୍ୟାଚକୁ ଜିତାଇଥିଲେ ।