ଚାରିଧାମ ଯାତ୍ରା ପାଇଁ ଓଡ଼ିଆ ସମେତ ୯ ଭାଷାରେ ଏସ୍‌ଓପି

ଚାରିଧାମ ଯାତ୍ରାରେ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଓଡ଼ିଆ ସମେତ ୯ଟି ଭାଷାରେ ଏସ୍‌ଓପି ଜାରି କରାଯାଇଛି। ଓଡ଼ିଆ, ଇଂରାଜୀ, ହିନ୍ଦୀ, ତାମିଲ, କନ୍ନଡ, ମରାଠୀ, ବଙ୍ଗଳା, ପଂଜାବୀ ଓ ଗୁଜରାତି।  ଚାରିଧାମ ଯାତ୍ରାରେ ଆସିବା ସମୟରେ ସମ୍ବନ୍ଧିତ ରାଜ୍ୟର ଶ୍ରଦ୍ଧାଳୁମାନେ ନିଜ ଭାଷାରେ ଏସ୍‌ଓପିଗୁଡ଼ିକ ଅଧ୍ୟୟନ କରି ଯାତ୍ରାପାଇଁ ଉପଯୁକ୍ତ ପ୍ରସ୍ତୁତି କରିବେ। ଯାତ୍ରାପାଇଁ ତରବରିଆ ଭାବେ ପ୍ରସ୍ତୁତି ନ କରିବା ପାଇଁ ଏସ୍‌ଓପି ଜରିଆରେ ପରାମର୍ଶ ଦିଆଯାଇଛି।