ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ

ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ

ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ ।

image credit-jagran josh

ସୂଚନା ଅନୁସାରେ, ମୁମ୍ବାଇର ଓ୍ଵାଙ୍ଖଡେ, କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଓ ଡିଓ୍ଵାଇ ପଟେଲ୍ ଷ୍ଟାଡିୟମରେ ସବୁ ମ୍ୟାଚ୍ ଖେଳାଯିବ । ଆବଶ୍ୟକ ହେଲେ ପୁଣେରେ କରାଯିବ ଆଇପିଏଲ୍ ଭେନ୍ୟୁ । ଚଳିତ ଆଇପିଏଲ୍ ଖେଳାଳି ନିଲାମ ପାଇଁ ପଞ୍ଜୀକରଣ ସରିଛି । ମୋଟ୍ ୧୨ଶହ ୧୪ଜଣ ଖେଳାଳି ରେଜିଷ୍ଟ୍ରେସନ୍ କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୮୯୬ ଭାରତୀୟ ଓ ୩୧୮ ଜଣ ବିଦେଶୀ କ୍ରିକେଟର । ଫେବ୍ରଆରୀ ୧୨-୧୩ରେ ଖେଳାଳି ନିଲାମ ହେବ । ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବ ଆଇପିଏଲ । ଏଥର ଆଇପିଏଲ୍ ଖେଳିବେ ୧୦ଟି ଟିମ୍ । ନୂଆ ଫ୍ରାଞ୍ଚାଇଜି ଟିମ୍ ଭାବରେ ଅହମ୍ମଦାବାଦ ଓ ଲକ୍ଷ୍ନୌ ସାମିଲ ହେବେ । ଗତବର୍ଷ କରୋନା ଯୋଗୁ ଅଧାରୁ ବନ୍ଦ ହୋଇଥିଲା ଆଇପିଏଲ୍ ମ୍ୟାଚ୍ । ପରେ ଦୁବାଇରେ ଅବଶିଷ୍ଟ ମ୍ୟାଚ୍ ଖେଳାଯାଇଥିଲା ।