ବିବାହ ବନ୍ଧନରେ ବାନ୍ଧି ହେବ ରାହୁଲ-ଆଥିୟା
image credit-hindustan times
ମେଟ୍ରୋ ଟିଭି ଓଡିଶା,୨୩/୧ : ବି ଟାଉନରେ ଏବେ ଚାଲିଛି ବିବାହର ଋତୁ । ପ୍ରାୟ ସମସ୍ତ କଳାକାର ଏବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ତେବେ ବଲିଉଡ ସୁପରଷ୍ଟାର ସୁନିଲ ସେଟ୍ଟୀଙ୍କ ଝିଅ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ସେ କିକ୍ରେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ । ପୂର୍ବ ବର୍ଷ ଆଥିୟାଙ୍କ ବର୍ଥଡେରେ କ୍ରିକେଟର କେଏଲ ରାହୁଲ ନିଜ ରିଲେସନକୁ ଇନଷ୍ଟାରେ ଅଫିସିଆଲି ଡିକ୍ଲାର କରିଥିଲେ । ଏହା ପରଠୁ ଆଥିୟା ମଧ୍ୟ ନିଜ ରିଲେସନକୁ ନେଇ ଓପନ ହୋଇଥିଲେ । ଯଦିଓ ଦୁହିଁଙ୍କୁ ନେଇ କାଫି ସମୟ ଧରି ଚର୍ଚ୍ଚା ହୋଇଥିଲା । ଖାଲି ଯାହା ଅପେକ୍ଷା ଥିଲା ଏହାକୁ ପବ୍ଲିକ କରିବାକୁ ନେଇ । ତେବେ ୨୦୨୨ ରେ କେଉଁ ମାସରେ ସେ ବିବାହ କରିବେ ଏ ନେଇ କିଛି ସୂଚନା ମିଳି ପାରିନାହିଁ ।