ଆସିଲା ଭାଇଜାନଙ୍କ ନୂଆ ମ୍ୟୁଜିକ ଭିଡିଓ ମେଁ ଚଲା

ଆସିଲା ଭାଇଜାନଙ୍କ ନୂଆ ମ୍ୟୁଜିକ ଭିଡିଓ ମେଁ ଚଲା image credit-youtube

image credit-amarujala

ମେଟ୍ରୋ ଟିଭି ଓଡିଶା,୨୩/୧ : ନୂଆ ବର୍ଷରେ ଆସିଲା ଭାଇଜାନଙ୍କ ନୂଆ ଗୀତ ମେଁ ଚଲା । ଏହି ମ୍ୟୁଜିକ ଭିଡିଓରେ ଭାଇଜାନ ମୁଣ୍ଡରେ ଗାମୁଛା ପିନ୍ଧି ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାକୁ ସଲମାନ ସୋସିଆଲ୍ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ଗୀତକୁ ଗୁରୁ ରନ୍ଧଓ୍ଵା ଏବଂ ଲୁଲିଆ ଭଣ୍ଟୁର ଗାଇଛନ୍ତି।

image credit-pinkvilla
ଏହି ୨୦ ସେକେଣ୍ଡର ଏହି ଟିଜର୍ରେ ସଲମାନଙ୍କ ବିଭିନ୍ନ ଲୁକ୍ ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧିଥିବାର ନଜର ଆସିଥିବା ବେଳେ ସାଉଥ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରଜ୍ଞା ଜୟସଓ୍ଵାଲ ନଜର ଆସିଛନ୍ତି । ଭିଡିଓରେ ଦୁହିଁଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଉଭୟଙ୍କୁ ଦେଖି ଫ୍ୟାନ୍ସମାନେ ମଧ୍ୟ ଖୁବ୍ ଖୁସି । ଗୀତଟି ରିଲିଜ ହେବାର ୨୦ ମିନିଟ୍ ଭିତରେ ୩ ଲକ୍ଷରୁ ଅଧିକ ଦେଖି ସାରିଥିବା ବେଳେ ଖୁବ୍ ଲାଇକ୍ ସେୟାର ମିଳିଛି । ଗୀତକୁ ଟି ସିରିଜ ପକ୍ଷରୁ ୟୁଟ୍ୟୁବରେ ରିଲିଜ କରାଯାଇଛି। ଏହାର ନିର୍ଦ୍ଦେଶନା ଶବିନା ଖାନ ଦେଇଥିବା ବେଳେ ପ୍ରଯୋଜନା ସଲମା ଖାନ କରିଛନ୍ତି।

ଆସିଲା ଭାଇଜାନଙ୍କ ନୂଆ ମ୍ୟୁଜିକ ଭିଡିଓ ମେଁ ଚଲା

image credit-youtube
ସଲମାନ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଥିଲା। ଏଥିରେ ସଲମାନଙ୍କ ଅଭିନୟଙ୍କୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଥିଲେ। ସଲମାନଙ୍କ ଏହି ଫିଲ୍ମରେ ଆୟୁଷ ଶର୍ମାଙ୍କ ଦମଦାର ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା।