ଜୟପୁର: ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଆଜି ସଂଧ୍ୟାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଭେଟିବ। କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ଦଳ ୩ ବିଜୟ ସହ ପଏଣ୍ଟ ତାଲିକାର ଦୁଇ ସ୍ଥାନରେ ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ । । ଓପନର୍ କାଇଲ ମେୟର୍ସ, ମଧ୍ୟଭାଗରେ ନିକୋଲାସ ପୂରନ ଓ ମାର୍କସ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରିବାରେ ଦମ ରଖିଛନ୍ତି । କୃଷ୍ଣାପ୍ପା ଗୌତମ ଓ କୃନାଲ ପାଣ୍ଡ୍ୟା, ଦ୍ରୁତ ବୋଲର ମାର୍କ ଉଡ୍ ଓ ଆୱେସ ଖାନଙ୍କ ବୋଲିଂ ମଧ୍ୟ ଭଲ ରହିଛି। ଅନ୍ୟପକ୍ଷରେ ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ଦୃଢ଼ ବ୍ୟାଟିଂ ଲାଇନ୍ ରଖିଛି। ଏମାନେ ପାୱାର ପ୍ଲେରେ ବଡ଼ ସ୍କୋର୍ କରି ଭଲ ଆରମ୍ଭ ଦେଉଛନ୍ତି। ଅନ୍ୟପକ୍ଷରେ ରୟାଲ୍ସର ଚୂଡ଼ାନ୍ତ ଏକାଦଶରେ ସ୍ପିନର ୟୁଝବେନ୍ଦ୍ର ଚହଲ, ଆଦାମ ଜମ୍ପା ଓ ରବିଚନ୍ଦ୍ରନ ଅଶ୍ବିନ ରହିଛନ୍ତି। ଏମାନେ ବିପକ୍ଷ ଦଳକୁ ଅସୁବିଧାରେ ପକାଇବାରେ ସିଦ୍ଧହସ୍ତ। ସ୍ପିନରଙ୍କ ବାଦ୍ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ ଅନ୍ୟ ଟିମକୁ ଅସୁବିଧାରେ ପକାଇପାରିବେ ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ