ଯୁବ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ ଶରତ
ଭୁବନେଶ୍ବର : ରାଜ୍ୟର ୩୩ଟି ସାଙ୍ଗଠନିକ ଜିଲ୍ଲାରେ ହୋଇଥିବା ସଦସ୍ୟତା କାର୍ଯ୍ୟକ୍ରମରେ ୨.୪୫ଲକ୍ଷ ଯୁବକ କଂଗ୍ରେସ ସହ ଯୋଡ଼ି ହୋଇଛନ୍ତି। ଯୁବ କଂଗ୍ରେସ ସଦସ୍ୟତା ପାଇଁ ୧୮-୩୫ବର୍ଷ ବୟସସୀମା ରହିଥିଲା। ଜଣେ ଯୁବକ ୬ଟି ପର୍ଯ୍ୟାୟ ଅତିକ୍ରମ କରିବା ପରେ ସଦସ୍ୟ ହୋଇଥାଏ। ସଦସ୍ୟତା ପାଇଁ ୫୦ ଟଙ୍କା ରଖାଯାଇଥିଲା। ଓଡ଼ିଶା କଂଗ୍ରେସ ପକ୍ଷରୁ ଚାଲିଥିବା ଯୁବ କଂଗ୍ରେସର ନୂତନ ସଦସ୍ୟତା କାର୍ଯ୍ୟକ୍ରମ ଡିଜିଟାଲ ମାଧ୍ୟମରେ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ଚଳିତମାସ ୧୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ ଯୁବକ-ଯୁବତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ କଂଗ୍ରେସ ଦଳ ରାଜ୍ୟର ଯୁବବର୍ଗଙ୍କ ସ୍ବାର୍ଥ ରକ୍ଷା ପାଇଁ ସବୁସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଲଢ଼େଇ କରିବ।