NationalPolitics ମାନହାନି ମକଦ୍ଦମା ରୁଜୁ କଲେ ସବରକରଙ୍କ ନାତି Last updated Apr 13, 2023 ମୁମ୍ବାଇ : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ନିନ୍ଦା କରିବା ରାହୁଲ ଗାନ୍ଧୀଙ୍କ ପାଇଁ ପୁଣି ସମସ୍ୟା ଆଣିପାରେ । ତାଙ୍କୁ ଉପହାସ କରିବା ବାରମ୍ବାର ବିବାଦୀୟ ବୟାନ ଦେବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଇଁ ଏବେ ମହଙ୍ଗା ପଡ଼ିଛି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ରାହୁଲ ସାବରକରଙ୍କୁ ଅପମାନିତ କରୁଥିବା ଅଭିଯୋଗ ନେଇ ତାଙ୍କ ନାତି ସାତ୍ୟକି ସାବରକର ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଏହି ପ୍ରସଙ୍ଗ କୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି । କଂଗ୍ରେସକୁ ନିଜ ମେଂଟ ସହଯୋଗୀ ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ସବରକରଙ୍କ ପରିବାର ମାନହାନୀ ମକଦମା ଦାୟର କରିବା ପରେ ଏଥିରେ ନିଶ୍ଚୟ ରାହୁଲଙ୍କୁ କୋର୍ଟ ଫଟକାର ଲଗାଇ ପାରନ୍ତି । ଟୁଇଟ କରି ରାହୁଲ ଅନେକ ସମୟରେ ସାବରକରଙ୍କୁ ଅପମାନିତ କରୁଥିବାରୁ ରାହୁଲଙ୍କ ଏଭଳି ବୟାନ ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି-ଶିବସେନା ଉଦ୍ଧବ ଗୋଷ୍ଠୀ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି କରିଛି। Share