ଆଜି ଆଇପିଏଲ ଲଢ଼େଇ: ଚେନ୍ନେଇ ବନାମ ରାଜସ୍ତାନ

ଚେନ୍ନାଇ:  ଚାଲିଛି ଆଇପିଏଲ ଲଢ଼େଇ  । ଆଜି ଚେନ୍ନେଇ ଜିତିବ କି ରାଜସ୍ତାନ ତାହାକୁ ନେଇ କ୍ରିକେଟ ପ୍ରେମୀ ଉତ୍ସାହିତ ଅଛନ୍ତି । ଆଉକିଛି ସମୟ ପରେ ମ୍ୟାଚ ଆରମ୍ଭ ହେବ । ଚେନ୍ନେଇ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଜୋସ ବଟଲର ଓ ଯଶସ୍ବୀ ଜୟସ୍ବାଲ ଭଲ ଫର୍ମରେ ଅଛନ୍ତି । ୩ ମ୍ୟାଚ୍‌‌ ଖେଳିଥିବା ଚେନ୍ନାଇ ପ୍ରଥମ ମ୍ୟାଚ୍‌ ହାରିବା ପରେ ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି। ମହେନ୍ଦ୍ର ସିଂହ ଧୋନି , ଡେଭନ କନୱେ, ଋତୁରାଜ ଗାଏକ୍ବାଡ, ଅମ୍ବାତି ରାୟୁଡ଼ୁ ଙ୍କ ଉପରେ ଦଳ ନିର୍ଭରଶୀଳ । ରୟାଲ୍ସ ନିକ‌ଟରେ ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ସହିତ ମୁରୁଗାନ ଅଶ୍ବିନ ମଧ୍ୟ ରହିଛନ୍ତି। ଏମାନେ ସିଏସ୍‌କେ ବ୍ୟାଟର୍‌ଙ୍କୁ ଅଟକାଇବାକୁ ପୂରା ସକ୍ଷମ ହେବେ।