Odisha ରାଜ୍ୟରେ ଗ୍ରୀଷ୍ମର ଲହରି ଜାରି Last updated Apr 12, 2023 ଆଜି ଦିନ ୨ଟା ୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ ମିନିଟରେ ତାପମାତ୍ରା ୪୨.୪ ଡ଼ିଗ୍ରି ରେକର୍ଡ ହୋଇଛି। ରାଜ୍ୟରେ ଏବେ ଗ୍ରୀଷ୍ମର ଲହରି ଜାରି ରହିଛି। ସକାଳ ୮ଟାରୁ ଖରା ଆରମ୍ଭ ହୋଇ ଅପରାହ୍ଣ ୩ଟା ବେଳକୁ ପାରା ଶୀର୍ଷରେ ପହଞ୍ଚୁଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନ ୨ଟା ୩୦ ମିନିଟରେ ସମ୍ବଲପୁରରେ ୪୧.୮ ଡ଼ିଗ୍ରି, ହୀରାକୁଦରେ ୪୦.୪ ଡ଼ିଗ୍ରି, ଚାନ୍ଦବାଲିରେ ୩୯.୬ ଡ଼ିଗ୍ରି, ଭୁବନେଶ୍ୱରରେ ୩୯.୪ ଡ଼ିଗ୍ରି, କେନ୍ଦୁଝରରେ ୩୮ ଡ଼ିଗ୍ରି, ବାଲେଶ୍ୱରରେ ୩୭.୨ ଡ଼ିଗ୍ରି, ପୁରୀରେ ୩୫.୨ ଡ଼ିଗ୍ରି ଓ ଗୋପାଳପୁରରେ ୩୫.୨ ଡ଼ିଗ୍ରି ରେକର୍ଡ ହୋଇଛି। Share