NationalPolitics ପାଇଲଟ୍ଙ୍କ ଅନଶନ, କଂଗ୍ରେସରେ ଫାଟ On Apr 12, 2023 ଜୟପୁର : ରାଜସ୍ଥାନ କଂଗ୍ରେସ ପାଇଁ ଖରାପ ଖବର । ବରିଷ୍ଠ ନେତା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବେ ନିଜ ଦଳ, ସରକାରକୁ ଟାର୍ଗେଟ କରୁଛନ୍ତି । ଗତକାଲି ଅନଶନରେ ବସିବା ପରେ ଏବେ ଦଳ ତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇଯାଇଛି । ନିଜ ଦମ ଦେଖାଇବାକୁ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ସଚିନ । ଆଜି ନିଜ ସରକାର ବିରୋଧରେ ଦିନିକିଆ ଅନଶନରେ ବସିବା ପରେ ରାଜସ୍ତାନ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି। ପାଇଲଟଙ୍କ ଅନଶନ ‘ଦଳ ବିରୋଧୀ କାର୍ଯ୍ୟ’ ବୋଲି ଦଳ ପକ୍ଷରୁ ଏବେ କୁହାଯାଉଛି । ରାଜ୍ୟରେ ଅବକାରୀ, ଖଣି ଆଦି ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଚାଲିଥିବା ସଚିନ କହିବା ପରେ କଂଗ୍ରେସ ଏବେ ବ୍ୟାକ୍ ଫୁଟକୁ ଆସିଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସଚିନକୁ ନିଜ ରାସ୍ତାରୁ ହଟାଇପାରୁଛନ୍ତି ନା ସଚିନ ପୁଣି କୋଣଠେସା ହୋଇ ଦଳରେ ରହୁଛନ୍ତି ତାକୁ ନେଇ ଚର୍ଚା ଚାଲିଛି । Share