ସକ୍ରିୟ ସଂକ୍ରମଣ ୩୫ ହଜାର
ଦେଶରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ କିଛି ରାଜ୍ୟରେ ପୁଣିଥରେ କରୋନା କଟକଣା ଫେରିଛି। ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ଦେଖାଦେଉଛି ସେମାନେ ମାସ୍କ ପିନ୍ଧିବା ସହିତ ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦେଶରେ ଆଜି ୫,୮୮୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଫଳରେ ସକ୍ରିୟ ସଂକ୍ରମଣ ୩୫ ହଜାର ଟପି ୩୫,୧୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୪ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫୩,୦୯,୭୯ରେ ପହଞ୍ଚିଛି।