ଲଢୁଆ ବିମାନ ‘ସୁଖୋଇ-୩୦’ରେ ଉଡ଼ିଲେ ରାଷ୍ଟ୍ରପତି

ଗୌହାଟି:  ଆସାମର ତେଜପୁରସ୍ଥିତ ବାୟୁସେନା ବିମାନଘାଟିରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ‘ସୁଖୋଇ ୩୦ ଏମ୍‌କେଆଇ’ ଲଢୁଆ ବିମାନ ଉଡ଼ାଇଛନ୍ତି।

ଭାରତୀୟ ବାୟୁସେନା ଘାଟିରୁ  ରାଷ୍ଟ୍ରପତି ମୁର୍ମୁଙ୍କୁ ଗୋଟାଏ ‘ସୁଖୋଇ-୩୦ ଏମ୍‌କେଆଇ’ ଲଢୁଆ ବିମାନରେ ବସାଇ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼‌ାଣ ଶେଷ ହେବା ପରେ ରାଷ୍ଟ୍ରପତି ମୁର୍ମୁ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି।