ପଞ୍ଜାବ, ରାଜସ୍ଥାନକୁ ୫ ରନ୍‌ରେ ହରାଇଲା

ଗୁଆହାଟୀ: ରାଜସ୍ଥାନ ରୟାଲ୍ସକୁ ୫ ରନ୍‌ରେ ପରାସ୍ତ କରିଛି ପଞ୍ଜାବ।  ଗୁଆହାଟୀର ବାର୍ସପରା ଷ୍ଟାଡିୟମ୍‌ରେ ବୁଧବାର ଖେଳାଯାଇଥିବା  ରୋମାଞ୍ଚକର ମ୍ୟାଚ୍‌ରେ ଶିଖର ଧାୱନ ଓ ପ୍ରଭସିମ୍ରନ୍‌ ସିଂହଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ପଞ୍ଜାବ ୪ ୱିକେଟ୍‌ ବିନିମୟରେ ୧୯୭ ରନ୍‌ କରିଥିଲା। ଟସ୍‌ରେ ହାରିଥିଲେ ବି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବା ସହ ପାଖାପାଖି ୧୦.୦୦ ହାରରେ ଶେଷ ପର୍ଯ୍ୟନ୍ତ ରନ୍‌ ସଂଗ୍ରହ କରିଚାଲିଥିଲା। ପ୍ରାରମ୍ଭିକ ବ୍ୟାଟର ପ୍ରଭସିମ୍ରନ୍‌ ସିଂହ ଓ ଶିଖର ଧାୱନ ପ୍ରଥମ ୱିକେଟ୍‌ରେ ୧୦ ଓଭର ମଧ୍ୟରେ ୯୦ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାୱାରପ୍ଲେ ଭିତରେ ଯଶସ୍ବୀ ଜୟସ୍ବାଲ, ରବିଚନ୍ଦ୍ରନ ଅଶ୍ବିନଙ୍କୁ ଅର୍ଶଦୀପ ସିଂହ ଏବଂ ଜୋସ୍‌ ବଟଲରଙ୍କୁ ନାଥନ୍‌ ଏଲିସ୍‌ ଆଉଟ୍‌ କରି ପଞ୍ଜାବ ପାଇଁ ସୁଯୋଗ ସୃଷ୍ଟି କରିଥିଲେ।