ସାମ୍ପ୍ରଦାୟିକ ହିଂସାକୁ ନେଇ ହାଇକୋର୍ଟ କଡା ଆଭିମୁଖ୍ୟ

କୋଲକାତା:  ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସାକୁ ନେଇ  ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏନେଇ ହାଇକୋର୍ଟ ମମତା ବାନାର୍ଜୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ ଯେଭଳି ହିଂସା ନ ହେବ ସେନେଇ ବ୍ୟବସ୍ଥା କରନ୍ତୁ | ଯେଉଁ ଅଂଚଳରେ ସରକାର ୧୪୪ ଧାରା ଲଗାଇଛନ୍ତି, ସେଠାରେ ଯେଭଳି ଶୋଭାଯାତ୍ରା ନ ବାହାରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ |