ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆଲୋଚନା

 ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଜି ଆନ୍ଦୋଳନରୁ ହଟିପାରନ୍ତି।

ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତବର୍ଷ ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାରି ଭିତରେ ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ କରିନାହାନ୍ତି, ଯାହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ସଂଘ। ୨୦୧୬ରୁ ୨୦୨୨ ଯାଏଁ ହଜାର ହଜାର ହାଇସ୍କୁଲ ସିବିଟି ଶିକ୍ଷକ ଆନ୍ଦୋଳନରେ ଯୋଗ ଦେଇଛନ୍ତି ।

ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ କହିଛନ୍ତି, ଶିକ୍ଷକମାନଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର ଏନେଇ ଅର୍ଡର ବାହାରିବ । ସେପଟେ ଆଲୋଚନା ପରେ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ସଂଧ୍ୟା ସୁଦ୍ଧା ଅର୍ଡର ବାହାରିବା ନେଇ ପ୍ରତିଶ୍ରୁତି ମିଳିଛି। ତେବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆନ୍ଦୋଳନ ସ୍ଥଗିତ ରଖାଯିବ।