ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଅଭିଯୁକ୍ତ ଆଇନା କାଚ ଭାଙ୍ଗି ହାତ କାଟିଲା

ଝାରସୁଗୁଡ଼ାରେ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ ।  ଝାରସୁଗୁଡ଼ା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ଗାଧୁଆ ଘରେ ଥିବା ଆଇନ ଭାଙ୍ଗି କରିଥିଲା ଆତ୍ମହତ୍ୟା ଉଦ୍ୟମ । ତାକୁ ଚିକିତ୍ସା କରି କୋର୍ଟରେ ହାଜର କରାଇଛି ଝାରସୁଗୁଡ଼ା ପୋଲିସ ।କୋର୍ଟରେ ହାଜର ପୂର୍ବରୁ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ କ୍ରାଇମସିନ୍‌ ରିକ୍ରିଏସନ୍‌ କରିବା ସହ ଅଧିକ ତଥ୍ୟ ହାସଲ କରିଛି ଝାରସୁଗୁଡ଼ା ପୋଲିସ ।