ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ସ୍ତର ଛୁଇଁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନୀ ସର୍ବକାଳୀନ ସର୍ବୋଚ୍ଚ ୧୫,୯୨୦ କୋଟି ଟଙ୍କାରେ ପହଞ୍ଚି ଥିବାରୁ ପ୍ରଶଂସା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଘୋଷଣା ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଖୁବ ବଢିଆ! ଭାରତର ପ୍ରତିଭା ଓ ମେକ ଇନ ଇଣ୍ଡିଆ ପ୍ରତି ଉତ୍ସାହର ଦୃଢ ଅଭିବ୍ୟକ୍ତି । ଏ କ୍ଷେତ୍ରରେ ଗତ କିଛି ବର୍ଷ ହେଲା ଚାଲିଥିବା ସଂସ୍କାର ଭଲ ପରିଣାମ ଦେଇଥିବା ଏହା ଦର୍ଶାଉଛି । ଆମ ସରକାର ଭାରତକୁ ପ୍ରତିରକ୍ଷା ଉତ୍ପାଦନ ହବରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ସମର୍ଥନ ଜାରି ରଖିବ ।”