SportsTrends ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କଲା ଗୁଜରାଟ On Apr 1, 2023 ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ର ପ୍ରଥମ ମ୍ୟାଚରେ ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ଗୁଜରାଟ ୧୭୯ ରନ୍ର ଲକ୍ଷ୍ୟକୁ ପିଛା କରି ୧୯.୨ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍ କରି ବିଜୟ ହାସଲ କରିଛି । ରସିଦ ଖାନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି । ଗୁଜରାଟ ପକ୍ଷରୁ ଶୁବମନ ଗିଲ ୬୩ ରନ୍ କରିଥିବା ବେଳେ ବିଜୟ ଶଙ୍କର ୨୭ ଓ ରିଦ୍ଧିମାନ ସାହା ୨୫ ରନ୍ କରିଥିଲେ । ଫଳରେ ଗୁଜରାଟ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ଚେନ୍ନାଇ ପକ୍ଷରୁ ରାଜଭାରଦାନ ୩ଟି ୱିକେଟ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ, ରବୀନ୍ଦ୍ର ଜାଦେଜା ୧-୧ ୱିକେଟ ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୮ ରନ କରିଥିଲା । ଦଳର ଏହି ସ୍କୋର ପଛରେ ସବୁଠାରୁ ଅଧିକ ଅବଦାନ ଥିଲା ଗାଇକ୍ବାଡଙ୍କ ଲଢୁଆ ଇନିଂସର। ସେ ୫୦ ବଲରେ ଦମ୍ଦାର ୯୨ ରନ୍ କରିଥିଲେ । Share