ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ପ୍ରସ୍ତାବ ନାହିଁ। ଦ୍ରୁତ ବିକାଶ ଏବଂ ଟ୍ରାକର ସମାପ୍ତି, ରୋଲିଂ ଷ୍ଟକ୍ ଉତ୍ପାଦନ ଏବଂ ଯାତ୍ରୀବାହୀ ମାଲ ପରିବହନ ସେବା ଯୋଗାଇବା ପାଇଁ, ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ର ବିଭିନ୍ନ ଯୋଜନା ଅନ୍ତର୍ଗତ ରେଳ ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ। ଏଥିରେ ନେଟୱର୍କ ବିସ୍ତାର, ଲୋକୋମୋଟିଭ୍ କାରଖାନା ସ୍ଥାପନ, ରେଳ ୱାଗନ୍ ଇନଡକ୍ସନ୍, ଷ୍ଟେସନ୍ ବିକାଶ, ମାଲ ପରିବହନ ଟର୍ମିନାଲ୍ ଇତ୍ୟାଦି କ୍ଷେତ୍ରରେ ଷ୍ଟେକହୋଲ୍ଡର ଏବଂ କୌଶଳଗତ ନିବେଶକ ମାନେ ପୁଞ୍ଜି ନିବେଶ କରିଥାନ୍ତି। ଅନ୍ୟ ପକ୍ଷରେ, ଷ୍ଟେସନ ସଫେଇ, ଦେୟ ପ୍ରଦାନ କରି ଶୌଚାଳୟ ବ୍ୟବହାର, ରିଟାୟାରିଂ ରୁମ୍, ପାର୍କିଂ ଏବଂ ସମ୍ପତ୍ତି ରକ୍ଷଣାବେକ୍ଷଣ ଇତ୍ୟାଦି ନିର୍ଦ୍ଦିଷ୍ଟ ସେବାଗୁଡିକର ଆଉଟସୋର୍ସିଂ ଆବଶ୍ୟକତା ଆଧାରରେ କରାଯାଉଛି ଯଦ୍ବାରା ସେବାର ମାନରେ ଉନ୍ନତି ଆସି ପାରିବ। ବର୍ତ୍ତମାନ, ଭାରତୀୟ ରେଳର କୌଣସି ନିୟମିତ ଯାତ୍ରୀବାହୀ ଟ୍ରେନ୍ ସେବା ଘରୋଇ କ୍ଷେତ୍ର ଦ୍ୱାରା ପରିଚାଳିତ ହେଉନାହିଁ । ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରେଳ, ଯୋଗାଯୋଗ ଏବଂ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
Trending
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ