National ସାବର୍କର୍ ଆମ ଆଦର୍ଶ: ଠାକରେ Last updated Mar 27, 2023 କଂଗ୍ରେସକୁ ସମର୍ଥନ କରୁଥିବା ଉଦ୍ଧବ ଠାକରେ କିନ୍ତୁ ରାହୁଲ ଗାନ୍ଧୀ ଲଗାତାର ହିନ୍ଦୁ ନୀତିବାଦୀ ସ୍ବାଧୀନତା ସଂଗ୍ରାମୀ ସାବର୍କର୍ଙ୍କୁ ଅପମାନ କରିଥିବାରୁ ନିନ୍ଦା କରିଛନ୍ତି । ସାବରକରଙ୍କୁ ଅପମାନ ଦେବାରୁ ନିବୃତ୍ତ ରୁହନ୍ତୁ ବୋଲି ଉଦ୍ଧବ ଗୋଷ୍ଠୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ରାହୁଲ୍ ଗାନ୍ଧୀଙ୍କୁ ମହାରାଷ୍ଟ୍ରର ନାଶିକ ଅନ୍ତର୍ଗତ ମାଲେଗାଓଁରେ ଏକ ରାଲିରେ ଉଦ୍ଧବ ଠାକ୍ରେ କହିଛନ୍ତି, ସାବର୍କର୍ ଆମ ଆଦର୍ଶ ତେଣୁ ତାଙ୍କୁ ନେଇ ରାହୁଲ ଯାହା କହୁଛନ୍ତି ତାହା ଆମେ ଗ୍ରହଣ କରିପାରିବୁ ନାହିଁ । । ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଏକତ୍ର ସଂଗ୍ରାମ କରୁଥିଲେ ବି ତାଙ୍କ ପ୍ରତି ଦିଆଯାଉଥିବା ଅପମାନ ବରଦାସ୍ତ କରିବୁ ନାହିଁ। Share