ରାହୁଲ ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି!

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ସଂସଦ ସଦସ୍ୟତା ହରାଇ ପାରନ୍ତି। ରାହୁଲ ଲୋକସଭାରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ କୌଣସି ସଦସ୍ୟ ଯଦି ୨ କିମ୍ବା ୨ ବର୍ଷରୁ ଅଧିକ ସମୟ ପାଇଁ ଜେଲ୍‌ଦଣ୍ଡ ପାଆନ୍ତି ତେବେ ତାଙ୍କୁ ଦଣ୍ଡାଦେଶ ସମୟ ପର୍ଯ୍ୟନ୍ତ ଏବଂ ପରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯିବ।