ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନନିବାସଠାରେ ସାକ୍ଷାତ କରିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା |
It is always a pleasure meeting West Bengal Chief Minister Ms @MamataOfficial Didi. #Odisha shares a special bond with West Bengal and the people of the neighbouring state. Hope she had a pleasant and fruitful stay in #Odisha. pic.twitter.com/bWPrayx9gU
— Naveen Patnaik (@Naveen_Odisha) March 23, 2023
ଏହି ଭେଟଘାଟ ସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନାହିଁ | ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଓ ରୂପା ତାରକସିର ତିନି ରଥର ମୂର୍ତ୍ତି ଉପହାର ଭାବେ ଦେଇଥିଲେ| ସେହିପରି ମମତା ନବୀନଙ୍କୁ ବିଶ୍ବବଙ୍ଗଳା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାଲ ଦେଇଥିଲେ | ନବୀନଙ୍କୁ ଭେଟିବା ପରେ ମମତା କହିଛନ୍ତି ଯେ ନବୀନଙ୍କ ସହ ଆଜି ସୌଜନ୍ୟମୂଳକ ସାକ୍ଷାତକାର ଥିଲା | ନବୀନଙ୍କୁ ପଶ୍ଚିମବଙ୍ଗ ଆସିବାକୁ ନିମନ୍ତ୍ରଣ କଲି | ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା | ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ଅଶେଷ ଧନ୍ୟବାଦ |