ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର

ମଶାଣିରେ ପୋତିବା ସମୟରେ ଜୀବିତ ହେଲା ଶିଶୁ

ରଖିଲେ ହରି ମାରିବ କିଏ । ଏହି ଉକ୍ତି ଆଜି ସତ ହେଉଛି । କେବେ ଶୁଣଛନ୍ତି ମୃତ ବ୍ୟକ୍ତି କେବେ ଜୀବିତ ହେବା । କିନ୍ତୁ ହଁ ଏଠି ମୃତ ଶିଶୁପୁତ୍ର ଜଣଙ୍କ ଜୀବିତ ହୋଇ ଉଠିଛନ୍ତି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି ପାରିବା ବଳବନ୍ତ । ବେଳେବେଳେ ଏଭଳି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳେ ,ଯାହା ନଦେଖିଲେ ବି ବିଶ୍ୱାସ ହୋଇଥାଏ ।

ସେହିପରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ଶିଶୁକୁ ମୃତ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଡାକ୍ତର ଶିଶୁଧରି ଚାଲିଆସିଥିଲେ । ଶିଶୁକୁ ଫେରାଇଆଣିବା ପରେ ଗାଁ ମଶାଣିକୁ ପୋତିବାକୁ ନେଇଯାଇଥିଲେ ପରିବାର ଲୋକେ । ହେଲେ ଶିଶୁକୁ ପୋତିବା ସମୟରେ ଜୀବିତ ହୋଇଉଠିଥିଲା ଶୀଶୁ । କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମର ସୁନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା ଏକ ଶିଶୁକୁ ଜନ୍ମ ଦେବା ପରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଆଉ ପ୍ରସବ ପରେ ଶିଶୁକୁ ମୃତ ବୋଲି ଘରକୁ ଫେରାଇ ଦେଇଥିଲେ ଡାକ୍ତର ।

ସୁନିଆ ଏକ ବ୍ୟାଗ ରେ ଶିଶୁ କୁ ଆଣି ଗାଁ ମଶାଣି ରେ ପୋତିବା ସମୟରେ ଶିଶୁ ଟି କାନ୍ଦି ଥିଲା ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ ପରେ ଶିଶୁ କୁ ଆ,ସି,ୟୁ ରେ ଭର୍ତ୍ତୀ କରାଯାଇ ଶିଶୁ ଟିର ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଡାକ୍ତର ଖାନାପରିସର ରେ ଉତ୍ତେଜନା ଲାଗି ରହିଥିଲା । ଏଠି ପ୍ରଶ୍ନ ଉଠିଛି ,ଡାକ୍ତର କିପରି ଜାଣି ପାରିଲେ ନାହିଁ ଶିଶୁ ମୃତ କି ଜୀବତି ।

ଯଦି ଡାକ୍ତର ଜାଣିପାରୁନାହାନ୍ତି ସାଧରଣ ଜନତା ବିଶ୍ୱାସ କରିବେ କାହାକୁ? ଆଜି ଯଦି ଅକାଳରେ ନିରୀହ ଜୀବନ ଚାଲିଯାଇଥାନ୍ତା ,ତାହେଲେ ଏଥିପାଇଁ ଦାୟିତ୍ୱ କିଏ ହୋଇଥାନ୍ତା । ଏଭଳି ଡାକ୍ତରଙ୍କ ଅବହେଳା ପାଇଁ ମା କୋଳ ଶୁନ୍ୟ ହୋଇଯାଇଥାନ୍ତା । ତେବେ ବାକି ରହିଲା ,ଏହି ଘଟଣା ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ।