ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା
ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଆଇନଶୃଙ୍ଖଳା ଠିକ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ କ’ଣ ରାଜ୍ୟ ସରକାରଙ୍କ ଶେତ୍ୱପତ୍ରରେ ଥିବା ତଥ୍ୟରେ ଭୁଲ ରହିଛି କି? ଶେତ୍ୱପତ୍ରରେ ଯାହା ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି ତାହା କ’ଣ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉ ନାହିଁ କି? କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ୨୦ ଫେବୃଆରୀରେ କ୍ରାଇମବ୍ରାଞ୍ଚ ଯେଉଁ ପ୍ରେସ ରିଲିଜ ଦେଇଥିଲା ସେଥିରେ ଦର୍ଶାଇଥିଲା କି ଗୋପାଳର ମାନସିକରୋଗ ଲଙ୍ଗ୍ ହିଷ୍ଟ୍ରି ରହିଛି । ତାଙ୍କ ସ୍ତ୍ରୀ କହିଲେ ସ୍ବାମୀ ପାଗଳ, ଡାକ୍ତର କହିଲେ ପାଗଳ ଏବଂ ଏପରିକି କ୍ରାଇମବ୍ରାଞ୍ଚ ବି ପାଗଳ କହିଲା । ମୁଖ୍ୟମନ୍ତ୍ରୀଙ୍କ ଏପରି ବିବୃତି ତଦନ୍ତକୁ ବାଟବଣା କରିବ।