6G ଆସିବ: ପ୍ରଧାନମନ୍ତ୍ରୀ ମୋଦୀ

୫ଜି ସେବା ଯଦିଓ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହୋଇଥିଲା ହେଲେ ଏବେଠାରୁ ୬ଜି ସେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ବୋଲି ମୋଦୀ କହିଛନ୍ତି ।ବୁଧବାର ୬ଜି ଭିଜନ୍ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ ଲଞ୍ଚ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି  ଏବେ ଭାରତର ଟେଲିକମ୍ ଓ ଡିଜିଟାଲ ମଡେଲ ଉନ୍ନତ ଅଛି । ୬ଜି କାର୍ଯ୍ୟକ୍ଷମ ହେଲେ ଡିଜିଟାଲ କ୍ଷେତ୍ର ଆହୁରି ସଶକ୍ତ ହେବ । ଶିଳ୍ପକ୍ଷେତ୍ର, ଶିକ୍ଷାକ୍ଷେତ୍ର, ଏହା ବିଶେଷ ଲାଭପ୍ରଦ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।