ସିଙ୍ଗାପୁର- ଭାରତ ହକାଥନ୍ 2023 ଉଭୟ ଦେଶର ସହଭାଗିତାକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ସିଙ୍ଗାପୁରର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଗାନ୍ କିମ୍ ୟଙ୍ଗଙ୍କ ସହ ସିଙ୍ଗାପୁର – ଭାରତ ହକାଥନ୍ 2023 ଲୋକାର୍ପଣ କରିଛନ୍ତିI

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିକଳ୍ପିତ ଏହି ସିଙ୍ଗାପୁର-ଭାରତ ହକାଥନ୍ 2023 ଉଭୟ ଦେଶର ଯୁବ ଉଦ୍ଭାବକଙ୍କୁ ସହଯୋଗୀ ହୋଇ ବିଭିନ୍ନ ସମସ୍ୟାର ସମଧାନ ଖୋଜିବାର ଏକ ବୃହତ ପ୍ଲାଟଫର୍ମ ପ୍ରାଦନ କରିବ I ଏହି ହକାଥନ୍ 2023ର ବିଷୟବସ୍ତୁ ‘ଫିନଟେକ୍ ଓ ସଷ୍ଟେନବିଲିଟି’ ବର୍ତ୍ତମାନର ବୈଷୟିକ ପ୍ରସଙ୍ଗରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ I ସିଙ୍ଗାପୁର ଭାରତର ବିଶ୍ୱସ୍ତ ସହଯୋଗୀ ଏବଂ ବନ୍ଧୁ I ଉଭୟ ଦେଶର ଦୂରଦୃଷ୍ଟିକୁ ସାକାର କରିବା ସହ ଭାରତକୁ କୁଶଳୀ ମାନବ ସମ୍ବଳର ବୈଷୟିକ ପେଣ୍ଠସ୍ଥଳୀ ଭାବରେ ପରିଣତ କରିବା, ବୈଶ୍ୱିକ କଲ୍ୟାଣ ଓ ଭଏସ ଅଫ ଗ୍ଲୋବାଲ ସଉଥକୁ ସୁଦୃଢ କରିବାକୁ ଆମକୁ ‘କେପାସିଟି (ଦକ୍ଷତା), କ୍ୟାପିଟାଲ ଓ କାପାବିଲିଟି (ସାମର୍ଥ୍ୟ) ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ I ‘ବସୁଧୈବ କୁଟୁମ୍ବକମ’ ସୂତ୍ର ସହିତ ଭାରତର ଅଧ୍ୟକ୍ଷତାରେ ଜି -୨୦ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସିଙ୍ଗାପୁର – ଭାରତ ହକାଥନ୍ 2023 ଉଭୟ ଦେଶର ସାମର୍ଥ୍ୟକୁ ବଢାଇବ ।