ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ

ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ସବୁ ଜିଲ୍ଲାର ସିଡିିଏମଓ ଓ କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ଭାଇରସ ସଂକ୍ରମଣ ଭିତରେ ପୁଣି କୋଭିଡ ଭୟ ଘାରିଲାଣି । । ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି । ସର୍ଭିଲାନ୍ସ ବଢାଇବା ସହିତ ଅକ୍ସିଜେନ୍ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ସେପଟେ ଇନଫ୍ଲୁଏନ୍ଜାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ  ।  ଏଥିରେ ଜ୍ୱର କାଶ କିଛି ଦିନ ରହିବ । ଏହା ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡନୀ, ହାର୍ଟ ଓ ଶ୍ୱାସ ରୋଗୀ  । ଏହି ସବୁର ଲକ୍ଷଣ ଦେଖାଗଲେ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି ।  ସେହିଭଳି ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।