କ୍ରାଇମବ୍ରାଞ୍ଚକୁ ନେଇ ପ୍ରଶ୍ନ ଉଠାଇଲେ ବିଜୟ ମହାପାତ୍ର

୪୦ ଦିନରେ ନବ ଦାସ ହତ୍ୟାକାଣ୍ଡ । ଏହା ପରେ ବି କ୍ରାଇମବ୍ରାଞ୍ଚ ପାଖରେ କୌଣସି ସୁରାକ ନାହିଁ । ଏତେ ବଡ଼ ହତ୍ୟାକାଣ୍ଡ ପ୍ରମାଣ ହେଲା ଏହାକୁ ଗୁରୁତର ସହ ନେବାକୁ ଚାହାଁନ୍ତି ନାହିଁ ସରକାର ଓ କ୍ରାଇମବ୍ରାଞ୍ଚ । ହତ୍ୟା ଓ କେସକୁ ଚପେଇବା ପାଇଁ ଷଡଯନ୍ତ୍ର କରାଯାଇଛି । ତଦନ୍ତର ପରିସୀମା ଗୋପାଳ ପାଖରେ ସୀମିତ ନ ରହୁ । ଆମ ରାଜ୍ୟରେ ଦକ୍ଷ ପୋଲିସ ଅଫିସର ଅଛନ୍ତି କିନ୍ତୁ କାହାରି ସାହାଯ୍ୟ ନ ନେଇ ଏକ ଚାଟିଆ ଭାବରେ ତଦନ୍ତ କରାଯାଉଛି । କାହାକୁ ସୁରକ୍ଷା ଦେବାକୁ ସରକାର ଚାହୁଁଛନ୍ତି ସନ୍ଦେହ ହେଉଛି । ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସୁରକ୍ଷା ଦେବା ପାଇଁ ତଦନ୍ତ ହେଉଛି ।
ସରକାର କହିଲେ ବିଶ୍ୱ ସ୍ତରିୟ ତଦନ୍ତ କରିବୁ । କିନ୍ତୁ ଏଫବିଆଇ କୁଆଡେ ଗଲା କିଛି ଜଣା ପଡୁନି । ଏକଚାଟିଆ ଭାବେ ସରକାର ଏହି ତଦନ୍ତ କରୁଛନ୍ତି । ସବୁ ଦିଗକୁ ଯାଉ ନାହାଁନ୍ତି। କାହାକୁ ପ୍ରୋଟକେସନ ଦେବା ପାଇଁ ପୋଲିସ ଚାହୁଁଛି ବୁଝା ପଡୁନି । ଜଷ୍ଟିସ ଦାସ କଣ ଏହି ଘଟଣାର ସୁପର ଭାଇଜ କରିଛନ୍ତି । ତାଙ୍କୁ ବି ପ୍ରଶ୍ନ କରାଯିବା ଦରକାର । ପାଗଳାର ସ୍କ୍ରିପ୍ଟ ଲେଖି ପ୍ରଚାର କରାଯିବା ପଛରେ ଗୋପାଳକୁ ସୁରକ୍ଷା ଦେବାର ଷଡ଼ଯନ୍ତ୍ର ରହିଛି । ସେକ୍ସନ ୮୪ ଆଇପିସି କହୁଛି ଏହାକୁ ପ୍ରମାଣ କରିବା ପାଇଁ କେବଳ ଗୋପାଳ ଦରକାର ।