ସତୀଶ କୌଶିକଙ୍କ ପରଲୋକ
ବଲିଉଡ ଅଭିନେତା ସତୀଶ କୌଶିକଙ୍କର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଓ ପୁନେର ଏଫ୍ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମ୍ଲକ୍ଷ୍ମଣ, ସାଜନ୍ ଚଲେ ଶଶୁରାଲ ଆଦି ଛବିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ।