ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ 2023 ପାଳନ

ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ 2023 ପାଳନ କରାଯାଇଥିଲା |

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି | ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି | ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି |