ଭାରତକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ:  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ଶୃଙ୍ଖଳାବିଶିଷ୍ଟ ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ୩ୟ ଟେଷ୍ଟ୍‌ ମ୍ୟାଚ୍‌ରେ  ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟ୍‌ରେ ପରାସ୍ତ କରିଛି।ଏହି ମ୍ୟାଚ୍‌ ଜିଣିବା ଲାଗି ଅଷ୍ଟ୍ରେଲିଆ ମାତ୍ର ୭୬ ରନ୍‌ ଆବଶ୍ୟକ କରୁଥିଲା। ଆଜି ଖେଳ ଆରମ୍ଭର ଦ୍ବିତୀୟ ବଲ୍‌ରେ ଭାରତୀୟ ବୋଲର୍‌ ଆର୍‌. ଅଶ୍ବିନ୍‌ ଅଷ୍ଟ୍ରେଲିଆର ଉସ୍‌ମାନ୍‌ ଖାୱାଜାଙ୍କୁ ଆଉଟ୍‌ କରିଥିଲେ। କିନ୍ତୁ, ଏହାହିଁ ଥିଲା ଭାରତ ପାଇଁ ଆଜିର ସାମାନ୍ୟ ସଫଳତା।