ଆଦାନୀ-ହି‌ଣ୍ଡେନ୍‌ବର୍ଗ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଆଦାନୀ-ହି‌ଣ୍ଡେନ୍‌ବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି ।  ୨ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେବିକୁ  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେବିକୁ ଏକ ଷ୍ଟାଟସ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ସେବି ପୂର୍ବରୁ ହି‌ଣ୍ଡେନ୍‌ବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରୁଛି। ଏ ନେଇ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ବରେ ଗଠନ ହୋଇଥିବା ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି କହିଛନ୍ତି ଏହି ସଂକ୍ରାନ୍ତୀୟ ଆହୁରି ଅନେକ ଦିଗକୁ ନେଇ ନିୟାମକ ସଂସ୍ଥା ତଦନ୍ତ କରିବ।