ରାଜ୍ୟର ସବୁ ଥାନାରେ ଏତଲା ଦେବ ବିଜେପି

ନବ ଦାସ ତଦନ୍ତକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଥିବା ବେଳେ  ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିଜେପି ପକ୍ଷରୁ ରଣହୁଙ୍କାର ଦିଆଯାଇଛି। ଆସନ୍ତାକାଲି ରାଜ୍ୟର ସମସ୍ତ ପୁଲିସ ଥାନାରେ ପୁଲିସ ଡିଜି, ପୁଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୁଦ୍ଧରେ ଏତଲା ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଆସନ୍ତା ୪ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସ ଆଗରେ ଦଳର କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବି ସେ ସୂଚନା ଦେଇଛନ୍ତି।