ଯୁକ୍ତ ଦୁଇ ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଞ୍ଚିବ । ହେଲେ ଏସବୁ ଭିତରେ ଅଧ୍ୟାପକଙ୍କ ଆନ୍ଦୋଳନ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । କାରଣ ଏବେ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକମାନେ । ପ୍ରାୟ ୫ ହଜାର ଶିକ୍ଷକ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି ।
ଏପରି ସ୍ଥତିରେ ବିକଳ୍ପ ପନ୍ଥା ଆପଣାଇବାକୁ ଚିନ୍ତା କରୁଛନ୍ତି ସରକାର । ଅଧ୍ୟାପକଙ୍କ ବଦଳରେ ହାଇସ୍କୁଲର ଶିକ୍ଷକମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଅଧ୍ୟାପକଙ୍କ ଦାବି ପୂରଣ ନେଇ ଏକ ପ୍ରତିନିଧି ମଣ୍ଡଳୀ ସହ ସରକାର ଘନ ଘର ବୈଠକ କରିଛନ୍ତି । ହେଲେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଆଜି ଦିନ ୧୧ଟାରେ ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସଙ୍କ ସହ ଅଧ୍ୟାପକଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବାର ଅଛି ।