ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ୍ ଆଜି ଖେଳାଯିବ । କେପ୍ ଟାଉନରେ ହେବାକୁ ଥିବା ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଉଭୟ ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିପାରେ ।ଯେଉଁଠି ଭାରତ ଏପର୍ଯ୍ୟନ୍ତ ବିଶ୍ୱକପରେ କେବଳ ଗୋଟିଏ ମ୍ୟାଚ୍ ଅର୍ଥାତ୍ ଇଂଲଣ୍ଡ ଠାରୁ ହାରିଛି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବିଜୟ ରଥକୁ ବିଶ୍ୱକପରେ କୌଣସି ଦଳ ରୋକିପାରିନାହାନ୍ତି । ଅର୍ଥାତ୍ ଅଷ୍ଟ୍ରେଲିଆ ଗୋଟିଏ ବି ମୁକାବିଲା ହାରିନାହିଁ । ଏପରି ସ୍ଥିତିରେ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆକୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ । ଲିଗ୍ ପର୍ଯ୍ୟାୟରେ ଭାରତ ପାଇଁ ବ୍ୟାଟିଂ ବିଭାଗ ଚିନ୍ତାର କାରଣ ହୋଇଛି । ସ୍ମୃତି ମନ୍ଧାନା ଫର୍ମରେ ଥିଲା ବେଳେ ଶେଫାଳୀଙ୍କ ବ୍ୟାଟରୁ ସେଭଳି ଚମକ ଦେଖିବାକୁ ମିଳୁନାହିଁ ।