ୟୁଟ୍ୟୁବର ନୁଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ

ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନିଲ ମୋହନ । ୯ ବର୍ଷ ଧରି ଏହି ପଦରେ ରହିବା ପରେ ଗତକାଲି ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ନିଯୁକ୍ତି ମିଳିିଛି । ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର ଦାୟିତ୍ୱରେ ଥିଲେ । ଅନ୍ତର୍ଜାତୀୟ ସ୍ତରରେ ଆଇଟି କମ୍ପାନୀରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ରହିଛି । ଏହାରି ଭିତରେ ନିଲ ମୋହନ ମଧ୍ୟ ସାମିଲ ହୋଇଛନ୍ତି । ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି ।ନୀଲ ମୋହନ ମାଇକ୍ରୋସଫଟ, ଇନଟେଲ, ଆସେନଚର ଭଳି ବଡ ବଡ ଆଇଟି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ସେହି ପଦରେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରିବା ପରେ ଏବେ ସେ ପରିବାର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପ୍ରକଳ୍ପ ଉପରେ କାମ କରିବାକୁ ଚାହୁଥିବାରୁ ଇସ୍ତଫା ଦେବେ । ଗୁଗୁଲ୍ ସହ ସେ ଦୀର୍ଘ ୨୫ ବର୍ଷ ଧରି ରହିଥିଲେ । ଗୁଗୁଲରେ ଯୋଗ ଦେବା ପୂର୍ବରୁ ସେ ଇଣ୍ଟେଲରେ କାମ କରୁଥିଲେ ।