ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ

ଓଡିଶାରେ ୬ କେନ୍ଦ୍ରମନ୍ତ୍ରୀ । ମୋଦୀ ସରକାରର ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୪ ରାଷ୍ଟ୍ରମନ୍ତ୍ରୀ ଏବେ ଓଡିଶାରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୋଷ୍ଟ ବଜେଟ ଆଲୋଚନା କାର୍ଯ୍ୟକ୍ରମ ଗସ୍ତରେ ଥିବା ବେଳେ ତାଙ୍କ ସହିତ ରହିଛନ୍ତି ଅର୍ଥ ମନ୍ତ୍ରାଳୟର ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ।ଆଜି ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ସେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ମେ ଫେୟାରରେ ପୋଷ୍ଟ ବଜେଟ କାର୍ଯ୍ୟକ୍ରମ ପରେ ସେ ଖୋର୍ଦ୍ଧା ଅରୁଗୁଳ ସ୍ଥିତି ଆଇଆଇଟିକୁ ଯିବେ । ସେଠାରେ ସେ ଛାତ୍ରଛାତ୍ରୀଙ୍କ ସହ ବଜେଟ ପ୍ରସଙ୍ଗରେ ଆଲୋଚନା କରିବେ ।
ସେହିପରି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୬ ରାଜ୍ୟର ଶିକ୍ଷା ସଚିବଙ୍କ ସହ ବୈଠକ କରିବେ । ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜଗତସିଂହପୁର ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ର ରେଳ, ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶା ଆସିଛନ୍ତି । ଏକ ଘରୋଇ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ପଞ୍ଚାୟତିରାଜ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ କେ.ଏମ ପାଟିଲ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ।