ଭୁବନେଶ୍ୱର ଠାରେ ଷ୍ଟାର୍ସ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ

ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଭୁବନେଶ୍ୱର ଠାରେ ଷ୍ଟାର୍ସ (ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ) କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ।କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗ ଦେଇଛନ୍ତି । ସେହିପରି କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି ।