ଭାଲେଣ୍ଟାଇନ ଦିବସ ର ସଂଜ୍ଞା ବଦଳିଛି

ଫେବୃଆରୀ ୧୪ ତାରିଖକୁ ଭାଲେଣ୍ଟାଇନ ଦିବସ ଭାବେ ପାଳନ କରାଯାଏ । ବ୍ୟାପକ ଅର୍ଥରେ ପ୍ରେମର ପ୍ରତୀକ ରୂପେ ବିଚାର କରାଯାଉଥିବା ଭାଲେଣ୍ଟାଇନ ନାମକ ମହାପୁରୁଷଙ୍କ ନାମାନୁସାରେ ଏହା ନାମିତ ହୋଇଛି ଏହି ଦିନ । କିଛି ବର୍ଷ ହେଲା ଏହି ପ୍ରେମ ଦିବସକୁ ନେଇ ଆମ ଦେଶରେ ବିତର୍କ ହେଉଛି । ସପ୍ତାହ ପାଳନ ପାଶ୍ଚାତ୍ୟ ସଭ୍ୟତାର ଖ୍ରୀଷ୍ଟଧର୍ମାବଲମ୍ବୀ ଦେଶମାନଙ୍କରେ ଏକ ସଂସ୍କୃତି ଭାବେ ପରିଚିତି ଲାଭ କରିଛି। କିନ୍ତୁ  ଏହି ପାଶ୍ଚାତ୍ୟ ସଂସ୍କୃତି କାଳକ୍ରମେ ଆମ ଦେଶରେ ମଧ୍ୟ ସ୍ଥାନ ମାଡି ବସିଲାଣି । କୈାଣସି ପରିବାର ଏହି ଦିବସକୁ ସ୍ବୀକୃତି ଦେଉନଥିଲେ ମଧ୍ୟ ଯୁବପିଢ଼ି କିନ୍ତୁ ଏହାକୁ ମନାଉଛନ୍ତି । ଭାରତ ଭଳି ପ୍ରାଚ୍ୟ ଭୂଖଣ୍ଡର ବିଭିନ୍ନ ଦେଶମାନଙ୍କରେ ଏହାକୁ ଭାଲେଣ୍ଟାଇନ୍‌ ସପ୍ତାହ ବା ପ୍ରେମ ସପ୍ତାହ ଭାବେ ପାଳନ କରାଗଲାଣି ।  ପାଶ୍ଚାତ୍ୟ ଦେଶଗୁଡ଼ିକରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଆମ ଦେଶରେ ମଧ୍ୟ କିଛି ବର୍ଷ ହେଲା ଯୁବପିଢ଼ି ଏହି ଦିବସକୁ ପାଳନ କରୁଛନ୍ତି । ତେବେ ଏହି ଦିନରେ ଯେପରି ଅଶ୍ଲିଳତା ଦେଖାଯାଉଛି ତାହାକୁ ଆମ ରକ୍ଷଣଶୀଳ ସମାଜ ଗ୍ରହଣ କରୁନାହିଁ । ପ୍ରେମ ନାମରେ ପାର୍କ ଏବଂ ସାଧାରଣ ସ୍ଥାନରେ ଯୁବପିଢ଼ିମାନେ ଯେପରି ବ୍ୟବହାର କରୁଛନ୍ତି ତାହାକୁ ନେଇ ଚର୍ଚା ହେଉଛି । କିଛି ସଂଗଠନ ଏହି ଦିବସକୁ ମାତୃପୂଜନ ଦିବସ ଭାବେ ପାଳନ କରୁଥିବା ବେଳେ କେତେକ ସ୍ଥାନରେ ଆଜିର ଦିନରେ ତୁଳସୀ ପୂଜନ କରାଯାଉଛି । ସେପଟେ ପ୍ରେମ ନାମରେ ଏବେ ଯୁବପିଢ଼ି ଭୁୁଲ ବାଟରେ ଯାଉଛନ୍ତି ।