ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ରେଡିଓ ଦିବସ ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ଏହି ଅବସରରେ ଫେବୃୟାରୀ ୨୬, ୨୦୨୩ର ମନ କି ବାତ କାର୍ଯ୍ୟକ୍ରମ ପାଇଁ ମତାମତ ମଧ୍ୟ ଆହ୍ୱାନ କରିଛନ୍ତି । ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;“ବିଶ୍ୱ ରେଡିଓ ଦିବସର ସ୍ୱତନ୍ତ୍ର ଅବସରରେ ସମସ୍ତ ରେଡିଓ ଶ୍ରୋତା, ଆରଜେ ଓ ପ୍ରସାରଣ ଇକୋ-ସିଷ୍ଟମ ସହ ଜଡିତ ସମସ୍ତଙ୍କୁ ଶୁଭେଚ୍ଛା । ଅଭିନବ କାର୍ଯ୍ୟକ୍ରମ ଓ ମାନବୀୟ ସୃଜନଶୀଳତା ପ୍ରଦର୍ଶନ ମାଧ୍ୟମରେ ରେଡିଓ ଲୋକଙ୍କ ଜୀବନକୁ ଆଲୋକିତ କରି ଚାଲିଥାଉ ।”“ଆଜି ବିଶ୍ୱ ରେଡିଓ ଦିବସ ଅବସରରେ ମୁଁ ଆପଣମାନଙ୍କୁ ୨୬ ତାରିଖର ୯୮ତମ #MannKiBaat କାର୍ଯ୍ୟକ୍ରମ ସମ୍ପର୍କରେ ମନେ ପକାଇ ଦେବାକୁ ଚାହେଁ । ଏଥିପାଇଁ ଆପଣମାନେ ନିଜ ମତାମତ ଶେୟାର କରନ୍ତୁ । ମାଇଁଗଭ, ନମୋ ଆପରେ ଲେଖନ୍ତୁ କିମ୍ବା ୧୮୦୦-୧୧-୭୮୦୦ ଡାଏଲ କରି ନିଜ ବାର୍ତ୍ତା ରେକର୍ଡ କରାଇ ନିଅନ୍ତୁ ।”
Greetings to all radio listeners, RJs and all others associated with the broadcasting eco-system on the special occasion of World Radio Day. May the radio keep brightening lives through innovative programmes and showcasing human creativity.
— Narendra Modi (@narendramodi) February 13, 2023