ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରରେ ଆୟୋଜିତ ହେବ ସ୍ୱାସ୍ଥ୍ୟ ମେଳା

ସୁସ୍ଥ ଜୀବନକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଆରମ୍ଭ ହୋଇଥିବା “ସୁସ୍ଥ ମନ, ସୁସ୍ଥ ଘର’ ଅଭିଯାନର ଏକ ଅଂଶ ଭାବରେ ସାରା ଦେଶରେ ସ୍ୱାସ୍ଥ୍ୟ ମେଳା ଆସନ୍ତା କାଲି ୧୪ ତାରିଖ ଦିନ ୧.୫୬ ଲକ୍ଷ ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି -ଏଚ୍‌ଡବ୍ଲୁସି) ଗୁଡିକରେ ଆୟୋଜିତ ହେବ । ଏହି ଦେଶବ୍ୟାପୀ ସ୍ୱାସ୍ଥ୍ୟ ମେଳାର ଏକ ଅଂଶ ଭାବରେ ଯୋଗ, ଜୁମ୍ବା, ଟେଲି – ପରାମର୍ଶ, ନିଶ୍ଚୟ ପୋଷଣ ଅଭିଯାନ, ଅଣ – ସଂକ୍ରାମକ ରୋଗର ଯାଂଚ ଏବଂ ଔଷଧ ବଂଟନ, ସିକଲ୍ ସେଲ୍ ରୋଗ ଯାଂଚ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଏହା ସହିତ ସମତାଳରେ, ଶାରୀରିକ ଏବଂ ମାନସିକ କଲ୍ୟାଣ ଏବଂ ପରିବେଶ ଅନୁକୂଳ ପରିବହନ ପାଇଁ ସଚେତନତା ବୃଦ୍ଧି କରିବା ନିମନ୍ତେ ୧୪ ଫେବୃଆରୀ ୨୦୨୩ ରେ ସମସ୍ତ ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକରେ ସାଇକ୍ଲାଥନ୍‌, ସାଇକେଲ୍ ରାଲି କିମ୍ବା ସ୍ୱାସ୍ଥ୍ୟ ପାଇଁ ସାଇକେଲ୍ କାର୍ଯ୍ୟକ୍ରମ ଭାବରେ ଏକ ସାଇକେଲ୍ ଚାଳନା କାଯ୍ୟକ୍ରମ ଆୟୋଜିତ ହେବ । ଦିଲ୍ଲୀରେ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜରେ ‘ସ୍ୱାସ୍ଥ୍ୟ ପାଇଁ ସାଇକେଲ୍ ଚାଳନା’ ବିଷୟ ସହିତ ଏକ ସାଇକ୍ଲାଥନ୍ ଆୟୋଜନ କରାଯିବ । ହସ୍ପିଟାଲ ପରିସରରେ ଥିବା ଏକ ଅଂଚଳକୁ ଏକ ସାଇକେଲ ଷ୍ଟାଣ୍ଡ ଭାବରେ ସମର୍ପିତ କରାଯିବ ।

ସମସ୍ତ ସ୍ୱାସ୍ଥ୍ୟ ଏବଂ ସାଇକେଲ ଚାଳକଙ୍କୁ ପ୍ରୋତ୍ସାହିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ସମସ୍ତ ନାଗରିକ ମାନଙ୍କୁ ନିକଟସ୍ଥ ଏବି – ଏଚ୍‌ଡବ୍ଲ୍ୟୁସି ଗୁଡିକରେ ମେଗା ସାଇକେଲ ଚାଳନା କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । “ଆମ ଶରୀରକୁ ସୁସ୍ଥ, ସକ୍ଷମ (ଫିଟ୍‌) ଏବଂ ସକ୍ରିୟ ରଖିବା ପାଇଁ ସାଇକେଲ ଚଳାଇବା ହେଉଛି ସର୍ବୋତ୍ତମ ଉପାୟ ।“ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, “ଆପଣ ବେଶୀ ସମୟ କିମ୍ବା ଅଳ୍ପ ସମୟ ଚଲାନ୍ତୁ, ଯେତେ ଦୀର୍ଘ ବାଟ କିମ୍ବା ଅଳ୍ପ ବାଟ ଚଲାନ୍ତୁ , କିନ୍ତୁ ନିଶ୍ଚୟ ଚଲାନ୍ତୁ!’

୨୦୨୨ ନଭେମ୍ବର ମାସରୁ ୨୦୨୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା “ସୁସ୍ଥ ମନ, ସୁସ୍ଥ ଘର’ କାର୍ଯ୍ୟକ୍ରମ ଏକ ବର୍ଷର ଅଭିଯାନ ଅଟେ । ଏହା ‘ଆଜାଦିର ଅମୃତ ମହୋତ୍ସବ’ (ଆକାମ୍‌) କୁ ସ୍ମରଣ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ବିଷୟ ବସ୍ତୁକୁ ପ୍ରୋତ୍ସାହିତ କରିବ । ଏହା ନୂତନ ଜାତୀୟ ସ୍ୱାସ୍ଥ୍ୟ ନୀତି, ୨୦୧୭ ର ଅନୁରୂପ ଅଟେ , ଯାହା ପ୍ରତିଷେଧକ ତଥା ପ୍ରୋତ୍ସାହନମୂଳକ ସ୍ୱାସ୍ଥ୍ୟ ସେବା ଏବଂ ଫିଟ୍ ଇଣ୍ଡିଆ ମୁଭମେଂଟ , ୨୦୧୯ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ, ଯାହା ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନକୁ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବାର ଲକ୍ଷ୍ୟ ବହନ କରୁଛି ।