ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି: ବିଜୟ

ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି । ଏବେ କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଖରାପ ପରାମର୍ଶ  ଦେଉଛନ୍ତି । ଯାହା ଫଳରେ ରାଜ୍ୟ ତଳକୁ ତଳକୁ ଯାଉଛି । ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏପରି କହିବା ପରେ ରାଜନୀତି ଜୋର ଧରିଛି  । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।  ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଛି। ବିଧାୟକ ଓ ମନ୍ତ୍ରୀ ବି ଅସହାୟ। କେହି ତାଙ୍କୁ ଭେଟି ପାରୁନଥିବା କହିଛନ୍ତି ବିଜୟ ।  ବିଜେଡି ସରକାରରେ କିଛି ଠିକ୍‌ ଚାଲିନଥିବା ନେଇ କହିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜୟଙ୍କ ଏହି ବୟାନକୁ ବିଜେଡି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବି‌ଜୟ ପଟ୍ଟନାୟକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା। ଆଜି ବି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସମସ୍ତେ ଯାଇପାରୁଛନ୍ତି।