ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆରେ ପ୍ରବେଶ କରିଛନ୍ତି

କୋଟିଆରେ ସାଲୁର ବିଧାୟକ ତଥା ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ । ପିଡିକା ରାଜନା ଦୋରା କୋଟିଆରେ ପ୍ରବେଶ କରିଛନ୍ତି । ଆଉ ଲୋକଙ୍କ ସମସ୍ୟା ବୁଝିବା ସହିତ ଆନ୍ଧ୍ର ସରକାରର ଗୁଣଗାନ କରିଛନ୍ତି । ଏହାପରେ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆନ୍ଧ୍ର ସରକାର କୋଟିଆର ବିକାଶ ଉପରେ ଫୋକସ କରିଥିବା କଥା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମବାସୀଙ୍କ ଉନ୍ନତି କ୍ଷେତ୍ରରେ ସବୁବେଳେ ଚେଷ୍ଟା କରୁଛନ୍ତି । ଏବଂ ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ଯାହାବି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚି ପାରିଛି ତାହା ଆନ୍ଧ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭବ ହୋଇପାରିଛି । ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆକୁ ଆସି ଲୋକଙ୍କୁ ଆନ୍ଧ୍ରର ଯୋଜନା ବାବଦରେ ବୁଝାଇଥିଲେ ।